ରାବଣ ପୋଡ଼ି କଣ ନିହାତି ଜରୁରୀ ???****************************ଆଜି ପବିତ୍ର “ଦଶହରା” ବା ଏହାକୁ “ବିଜୟା ଦଶମୀ”ବୋଲି ମଧ୍ୟ କୁହାଯାଏ ।ତ୍ରେତୟା ଯୁଗ ର ରାବଣ ର ଦଶ ଟି ମୁଣ୍ଡ କାଗଜ ରେ ତିଆରି କରି ଏଥିରେ ନିଆଁ ଲଗାଇ ପୋଡି ଜଳାଇ ଦେବାର ଆନନ୍ଦ ରେ ଆଜି ବି ସାରା ଜଗତ ବାସୀ ଆତ୍ମହରା । ସତେ କି ଏହାକୁ ପୋଡ଼ି ପାଉଁଶ କରୁଥିବା ସମସ୍ତେ ଜଣେ ଜଣେ ରାମ !!ତ୍ରେତୟା ଯୁଗ ଯାଇ… ଦ୍ଵାପର ଯାଇ… କଳି ଯୁଗ ଆସି ଶେଷ ପର୍ଯ୍ୟାୟ ରେ ପହଞ୍ଚି ଲାଣି । କିନ୍ତୁ ଆଜି ବି ମଣିଷ ରାବଣ କୁ କାଗଜ , କାଠି କୁଟା ଇତ୍ୟାଦି ବର୍ଜ୍ୟ ଦହନୀୟ ପଦାର୍ଥ ରେ ତିଆରି କରି ପ୍ରତୀକାତ୍ମକ ରାବଣ ପୋଡ଼ି କରୁଛନ୍ତି ।କାହିଁକି ??ଏହା ନ କଲେ କଣ ହୁଅନ୍ତା ନାହିଁ ???ଯେଉଁ ମାନେ ରାବଣ ପୋଡ଼ି କରୁ ଛନ୍ତି ଓ ସେଇଥିରୁ ଆନନ୍ଦ ପାଇ ନିଜକୁ ଖୁସି କରୁଛନ୍ତି ସେମାନେ କେବେ ରାବଣ ବିଷୟ ରେ ଜାଣିବାକୁ ଚେଷ୍ଟା କରିଛନ୍ତି କି ? ରାବଣ କିଏ ?? ସେ କଣ ସତରେ ଗୋଟେ କଳଙ୍କିତ ଅଧ୍ୟାୟ ???ରାବଣ ଥିଲେ ଜଣେ ନୈଷ୍ଠିକ ବ୍ରାହ୍ମଣ ।ତ୍ରିକାଳ ଦର୍ଶୀ । ଦିବ୍ୟ ଦ୍ରଷ୍ଟା । ତାଙ୍କର ଦିବ୍ୟ ଦୃଷ୍ଟି ରେ ସେ ନିଜର ତିନି କାଳ ର ଭାଗ୍ୟ ରେ ଲେଖା ଥିବା କଥା କୁ ପଢ଼ି ପାରୁ ଥିଲେ ଏବଂ ସେହି ଅନୁସାରେ ନିଜ କର୍ମ କୁ ନିୟନ୍ତ୍ରଣ କରି ପାରୁଥିଲେ ।ରାବଣ ର ଯଦିଓ ଅହଙ୍କାର ଥିଲା , ତାର ପଶ୍ଚାତାପ ମଧ୍ଯ ଥିଲା….ରାବଣ ଭିତରେ ବାସନା ଥାଉ କି ନ ଥାଉ ସଂଯମତା ନିଶ୍ଚୟ ଥିଲା ।ରାବଣ ଯଦିଓ ସୀତା ଙ୍କୁ ଅପହରଣ କରିଥିଲା , ତାଙ୍କୁ ଥରେ ହେଲେ ବି ନୀଚ ବାସନା ରେ ଅନେଇ ନ ଥିଲା ।ସୀତା ଜୀବିତ ଅବସ୍ଥାରେ ମିଳିଲେ…. ଯଦିଓ ଏହା ପ୍ରଭୁ ଶ୍ରୀରାମ ଙ୍କ ର ଶକ୍ତି ଥିଲା,କିନ୍ତୁ ସୀତା ଗଙ୍ଗା ଭଳି ପବିତ୍ର ଥିଲେ ଏହା ରାବଣ ର ମର୍ଯ୍ୟାଦା ଜନକ ମାତୃଶକ୍ତି କୁ ସମ୍ମାନ ମଧ୍ୟ ଥିଲା ।ରାବଣ ଥିଲେ ସପ୍ତର୍ଷି ମଣ୍ଡଳ ରେ ସ୍ଥାନ ପାଇଥିବା ସାତ ଜଣ ୠଷି ଙ୍କ ମଧ୍ୟରୁ ଜଣେ ୠଷି ପୁଲସ୍ତ୍ୟ ଙ୍କ ନାତି , ବିଶ୍ରବା ୠଷି ଓ ଅସୁର ମାତା କାଇକେଶୀ ଙ୍କ ଔରସ ରୁ ଜନ୍ମ । ସେଥି ପାଇଁ ସେ ଅଧା ଅସୁର ଓ ଅଧା ବ୍ରାହ୍ମଣ ୠଷି ଥିଲେ ।ସେ ଜାଣିଥିଲେ ତାଙ୍କ ର ଅଧା ଅସୁର ପ୍ରବୃତ୍ତି ର ବିନାଶ ହେବ ପ୍ରଭୁ ଶ୍ରୀ ରାମ ଙ୍କ ହାତରେ ମୃତ୍ୟୁ ବରଣ କଲେ । ତେଣୁ ସୀତା ହରଣ ପଛରେ ରାବଣ ଙ୍କ ନିଜର ଶହେ ପ୍ରତିଶତ ହାତ ଥିଲା । ନିଜ ଇଚ୍ଛା ଅନୁସାରେ ରୂପ ବଦଳାଇ ପାରୁଥିବା ମାରୀଚ ରାକ୍ଷସ ର ସାହାଯ୍ୟ ନେଇ ପଞ୍ଚବଟୀ ଅରଣ୍ୟ ରେ ସୁନା ହରିଣ ର ଲୋଭ ଦେଖାଇ ଶ୍ରୀରାମ ଙ୍କୁ ସୀତା ଙ୍କ ଠାରୁ ଦୂରକୁ ନେଇ ଯାଇ ରାବଣ ବ୍ରାହ୍ମଣ ବେଶ ରେ ଆସି ଭିକ୍ଷା ମାଗିବା ଆଳ ରେ ସୀତା ଙ୍କୁ ଚୋରାଇ ନେଇ ଥିଲେ ସତ….. ହେଲେ କେବେ ତାଙ୍କ ମୁହଁ କୁ ସିଧା ଚାହିଁ ନ ଥିଲେ କିମ୍ବା ତାଙ୍କ ପ୍ରତି କୌଣସି ଖରାପ ନଜର ରଖି ନ ଥିଲେ । ଏପରିକି ତାଙ୍କୁ ନିଜ ରାଜ ଉଆସ କୁ ନ ନେଇ ଅଶୋକ ବନ ରେ କେବଳ ରାକ୍ଷସୀ ମାନଙ୍କ ଗହଣ ରେ ରଖି ଥିଲେ ।କେବେ ବି ମାତା ସୀତା ଙ୍କ ପ୍ରତି ନୀଚ୍ଚ ଭାବନା ରଖି ନ ଥିଲେ ରାବଣ ,ସେ କେବଳ ଚାହିଁ ଥିଲେ କେବେ ଆସିବେ ଶ୍ରୀ ରାମ ଆଉ ତାଙ୍କ ହାତରେ ସେ ମରିବେ ଓ ମୋକ୍ଷ ପ୍ରାପ୍ତି ହେବେ ।ହେଲେ ଆଜି କଳି ଯୁଗରେ ଲୋକ ମାନେ ଯେଉଁ ରାବଣ ପୋଡ଼ି କରି ଖୁସି ମନାଉ ଛନ୍ତି ସେମାନଙ୍କ ମଧ୍ୟରୁ କେତେ ଜଣ ରାବଣ ଙ୍କ ର ପ୍ରକୃତ ସ୍ୱରୂପ କୁ ବୁଝିଛନ୍ତି ? କହି ପାରିବେ କି ରାବଣର ଦଶ ମୁଣ୍ଡ ନାଆଁ ରେ ପ୍ରକୃତି ରେ ଥିବା ଦଶ ଦୁର୍ଗୁଣ କୁ ପୋଡ଼ି ପାଉଁଶ କରି ଦେଉଛନ୍ତି କି ???ଆଜି ଯେଉଁ ମାନେ ରାବଣ କୁ ପୋଡ଼ି ଖୁସି ହେଉଛନ୍ତି ସେମାନେ ଜାଣି ପାରୁ ନାହାଁନ୍ତି କି ସେମାନେ ନୀଚ୍ଚ କାମନା ବାସନା ରେ ଅନ୍ଧ ହୋଇ ଥିବା ଜଣେ ଜଣେ ରାବଣ । ତ୍ରେତୟା ର ରାବଣ ଠାରୁ ଏମାନେ ଶତ ଗୁଣରେ ଭୟଙ୍କର, ସହସ୍ର ଗୁଣ ରେ ହିଂସ୍ର । ଆଜି ବି ସମାଜ ରେ ସୀତା ଚୋରି ଭଳି ନାରୀ ଅପହରଣ, ବଳାତ୍କାର,ନାରୀ ନିର୍ଯାତନା ଆଦି ବିଭିନ୍ନ ହିଂସାତ୍ମକ ଘଟଣା ଘଟି ଚାଲିଛି ।ଆଜି କଳି ଯୁଗରେ ମଣିଷ ଭାଷଣ ବାଦୀ ହୋଇ ଉଠିଛି । ଭାଷଣ ଦେବା ନାଆଁ ରେ ନିଜକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆଶ୍ଵାସନା ଦେଇ ଚାଲିଛି ନିଜକୁ ନିଜେ ରାମ ମୁଖା ପିନ୍ଧା ରାବଣ ସାଜି। ଲୋକ ମାନଙ୍କ ର ଭାବ ପ୍ରବଣତା ସହିତ ଖେଳିବାକୁ ଭଲ ପାଉଛି ଏବେର ମଣିଷ ।ଆଜି ଯଦି ମଣିଷ ରାବଣ ପୋଡ଼ା ବନ୍ଦ କରି ନିଜ ଭିତର ର ରାବଣ କୁ ମାରି ସଫା କରି ଦିଅନ୍ତା,ତେବେ ଏଠି ରାବଣ ବଦଳ ରେ ରାମ ରାଜ୍ୟ ଗଢା ହୋଇ ଯାଆନ୍ତା ।ତେବେ ତାହା ହିଁ ହୁଅନ୍ତା ପ୍ରକୃତ ବିଜୟା ଦଶମୀ, ଆତ୍ମା କୁ ଜୟ କରିବାର ପ୍ରକୃତ ସ୍ୱରୂପ ।ଆଜି ମଣିଷ ଭାବିବା ଉଚିତ୍ ତ୍ରେତୟା ର ରାବଣ ଭଳି ହେବା ବି ଏତେ ସହଜ ନୁହେଁ ।

Leave a comment

Design a site like this with WordPress.com
Get started